ପାଠ 1
ଆମ ପାଖରେ ଭଲ ଖବର ଅଛି। ପରମେଶ୍ୱର ଆମକୁ ପ୍ରେମ ଓ କ୍ଷମା କରିବାର, ଆମକୁ କେବେବି ସମାପ୍ତ ହେଉନଥିବା ଜୀବନ ଦେବାର, ମନ୍ଦରୁ ମୁକ୍ତି ଦେବାର ଏବଂ ଯେପର୍ଯ୍ୟନ୍ତ ଆମେ ପ୍ରେମ ଦ୍ୱାରା ତାଙ୍କ ଉପରେ ବିଶ୍ୱାସ କରି ତାଙ୍କ ଆଜ୍ଞା ପାଳନ କରିବା, ସେପର୍ଯ୍ୟନ୍ତ ତାଙ୍କ ସହିତ ଘନିଷ୍ଠ ବନ୍ଧୁତା ଦେବାର ପ୍ରତିଶ୍ରୁତି ଦିଅନ୍ତି।
ତୁମେ ଏହା ବିଶ୍ୱାସ କର କି? ତୁମେ ବୁଝିପାରୁଛ କି ଏହା ତୁମ ପାଇଁ କ'ଣ ଅର୍ଥ ରଖେ?
ବାଇବଲ କୁହେ ଯେ, ଆମେ ଚିରକାଳ ପାଇଁ ପରମେଶ୍ୱରଙ୍କୁ ଭଲ ପାଇବା, ତାଙ୍କ ଆଜ୍ଞା ପାଳନ କରିବା ଏବଂ ତାଙ୍କ ଆନନ୍ଦ ନେବାକୁ ଜନ୍ମ ହୋଇଛେ, କିନ୍ତୁ ଆମେ ତାହା କରିପାରେ ନାହିଁ।
କାହିଁକି?
କାରଣ, ଆମେ ଜନ୍ମରୁ ହିଁ ତାଙ୍କଠାରୁ ଦୁଇ ପ୍ରକାରରେ ଅଲଗା ହୋଇଛେ।
ପ୍ରଥମତଃ, ଆମେ ତାଙ୍କୁ ଜାଣିନାହେଁ ଏବଂ ଆମେ ଯାହାକୁ ଜାଣି ନାହେଁ, ତାକୁ ଭଲ ପାଇପାରିବା ନାହିଁ।
ଦ୍ୱିତୀୟତଃ, ଆମେ ମନ୍ଦ ଇଚ୍ଛା ସହିତ ଜନ୍ମ ହୋଇଥାଏଁ, ଯାହା ଆମକୁ ପରମେଶ୍ୱରଙ୍କ ଜୀବନ, ଜ୍ଞାନ ଓ ପ୍ରେମରୁ ପୃଥକ କରିଥାଏ। ଆମର ମନ୍ଦ ଇଚ୍ଛା ମୃତ୍ୟୁ, ରୋଗ, ଅନ୍ୟାୟ, ଯୁଦ୍ଧ - ଜୀବନର ସମସ୍ତ ଦୁଃଖର କାରଣ ଅଟେ।
ଆମର ମନ୍ଦ ଇଚ୍ଛା ଆମକୁ ପରମେଶ୍ୱରଙ୍କଠାରୁ କିପରି ପୃଥକ କରେ?
ମନ୍ଦର ମୂଳ ହେଉଛି ସ୍ୱାର୍ଥପରତା, ଯାହା ସମ୍ପର୍କକୁ କ୍ଷତି ପହଞ୍ଚାଇଥାଏ। ଯେତେବେଳେ ଜଣେ ପୁରୁଷ ତା’ ସ୍ତ୍ରୀ ନିକଟକୁ ଆସେ, ସେ ସହଜରେ ଜାଣିପାରେ ଯେ, ତା’ ଶବ୍ଦ, କାର୍ଯ୍ୟ ଓ ବିଚାର ତା’ ସ୍ତ୍ରୀକୁ କିପରି ଆଘାତ ଦେଇପାରେ। ପରମେଶ୍ୱରଙ୍କ ସହ ଆମର ସମ୍ପର୍କରେ ମଧ୍ୟ ଠିକ୍ ଏହି କଥା ଲାଗୁ ହୁଏ। ଆମେ ପରମେଶ୍ୱରଙ୍କ ଯେତେ ନିକଟତର ହେଉ, ଆମେ ସେତେ ଅଧିକ ବୁଝିପାରୁ ଯେ, ଆମର ମନ୍ଦତା ତାଙ୍କ ସହିତ ନିକଟତାକୁ କିପରି ଭାଙ୍ଗି ଦିଏ।
ପରମେଶ୍ୱରଙ୍କଠାରୁ ଆମେ ପୃଥକ ହେବାକୁ ନେଇ ତାଙ୍କ ପ୍ରତିକ୍ରିୟା କ’ଣ ଥିଲା?
ଆମ ସହିତ ଘନିଷ୍ଠ ବନ୍ଧୁତା ପୁନଃସ୍ଥାପନ କରିବା ପାଇଁ ପରମେଶ୍ୱର ଜଣେ ମନୁଷ୍ୟ ହେବାକୁ ଚୟନ କଲେ। ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯୀଶୁ।
ପରମେଶ୍ୱରଙ୍କ ପାଇଁ ମଣିଷ ହେବା କାହିଁକି ଗୁରୁତ୍ୱପୂର୍ଣ୍ଣ ଥିଲା?
ପ୍ରଥମେ, ଆମ ସହିତ ବ୍ୟକ୍ତିଗତ ଭାବରେ ଯୋଡ଼ିହେବା। ଦ୍ୱିତୀୟରେ, ଆମର ଆନନ୍ଦ, ଯନ୍ତ୍ରଣା ଓ ସଂଘର୍ଷ ଅନୁଭବ କରିବା। ତୃତୀୟରେ, ଆମ ସ୍ଥାନରେ ମୃତ୍ୟୁବରଣ କରି ଆମର ମନ୍ଦତାର ଦଣ୍ଡ ସହ୍ୟ କରିବା। ଏବଂ ଚତୁର୍ଥରେ, ଆମର ମନ୍ଦତାକୁ ଧୋଇବା ପାଇଁ ପୁନର୍ବାର ଜୀବନ ପ୍ରାପ୍ତ କରିବା, ଆମକୁ ତାଙ୍କ ସହିତ ଘନିଷ୍ଠ ବନ୍ଧୁତାରେ ଆଣିବା ଏବଂ ଆମକୁ ଏପରି ଜୀବନ ଦେବା, ଯାହା କେବେ ବି ସମାପ୍ତ ହେବ ନାହିଁ।
ଯୀଶୁ ଆମ ପାଇଁ ମୃତ୍ୟୁବରଣ କରିବାକୁ ଏଥିପାଇଁ ବାଛିଲେ, ଯେଉଁଥିରୁ ଆଂଶିକ ଭାବରେ ଏହା ପ୍ରମାଣିତ ହୋଇପାରିବ ଯେ, ପରମେଶ୍ୱର ମନ୍ଦକୁ ଦଣ୍ଡ ଦିଅନ୍ତି। ଆମକୁ ଏପରି ପରମେଶ୍ୱରଙ୍କର ଆବଶ୍ୟକତା ନାହିଁ, ଯିଏ ମନ୍ଦତାକୁ ଦଣ୍ଡ ନ ଦେଇ ଛାଡ଼ି ଦିଅନ୍ତି। ଯୀଶୁଙ୍କ ମୃତ୍ୟୁ ଏକ ଗ୍ୟାରେଣ୍ଟୀ ଯେ, ପରମେଶ୍ୱର ଏପରି କରିବେ ନାହିଁ, କାରଣ ସେ କେବେ କୌଣସି ଭୁଲ କରି ନଥିଲେ ମଧ୍ୟ ଆମର ମନ୍ଦତା ପାଇଁ ନିଜକୁ ଦଣ୍ଡ ଦେବାକୁ ବାଛିଥିଲେ।
ତାଙ୍କର ସବୁଠାରୁ ବଡ଼ ଉଦ୍ଦେଶ୍ୟ ଥିଲା, ଆମକୁ ଆମର ମନ୍ଦ ଇଚ୍ଛାରୁ ମୁକ୍ତ କରିବା ଏବଂ ଆମ ହୃଦୟକୁ ପରିବର୍ତ୍ତନ କରିବା, ଯାହା ଦ୍ଵାରା ଆମେ ତାଙ୍କ ସହିତ ପବିତ୍ର ବନ୍ଧୁତାରେ ବଞ୍ଚିପାରିବା। ବାଇବଲ ଏହାକୁ "ପୁନର୍ଜନ୍ମ" ବୋଲି ଉଲ୍ଲେଖ କରେ। ଏହାର ଅର୍ଥ ହେଉଛି, ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତିତ ହେବା, ନିଜର ମନ୍ଦ ଇଚ୍ଛାର ଦାସତ୍ୱରୁ ମୁକ୍ତ ହୋଇ, ପରମେଶ୍ୱରଙ୍କ ସହିତ ଘନିଷ୍ଠ ସମ୍ପର୍କରେ ରହିବା।
ଏହାର ଅର୍ଥ ହେଉଛି, ଭଲ ଖବର, ଯୀଶୁ ଆମର ଦଣ୍ଡ ଗ୍ରହଣ କରିବାରେ ହିଁ ସମାପ୍ତ ହୋଇଯାଉନାହିଁ।
ବାଇବଲ କୁହେ ଯେ, ଯୀଶୁଙ୍କ ମୃତ୍ୟୁ ପରେ, ସେ ମୃତ୍ୟୁରୁ ପୁନର୍ଜୀବିତ ହୋଇଥିଲେ ଏବଂ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି। ସେ ଆମକୁ ଏକ ବିନିମୟ ଜୀବନ ପ୍ରଦାନ କରନ୍ତି: ଆମର ଭଗ୍ନ ଜୀବନ ବଦଳରେ ତାଙ୍କର ସିଦ୍ଧ ଜୀବନ। ଯେତେବେଳେ ଆମେ ଏହି ଅବିଶ୍ୱସନୀୟ ପ୍ରସ୍ତାବକୁ ଗ୍ରହଣ କରୁ, ତାଙ୍କ ଆତ୍ମା ଆମ ଭିତରେ ବାସ କରିବାକୁ ଆରମ୍ଭ କରିଦିଅନ୍ତି ଏବଂ ଧୀରେ ଧୀରେ ଆମର ମନ୍ଦ ଇଚ୍ଛା ସ୍ଥାନରେ ମଙ୍ଗଳ ପାଇଁ ବଢ଼ୁଥିବା ତାଙ୍କର ଇଚ୍ଛାରେ ବଦଳାଇଦିଅନ୍ତି।
ଆମକୁ ପରିଷ୍କାର ଓ ସିଦ୍ଧ କରିବାର ପ୍ରକ୍ରିୟାକୁ ପବିତ୍ରୀକରଣ କୁହାଯାଏ। ଏହି ଜୀବନ ସମାପ୍ତ ନହେବା ପର୍ଯ୍ୟନ୍ତ ଆମେ ସମ୍ପୂର୍ଣ୍ଣ ସିଦ୍ଧ ନୁହେଁ। ହେଲେ, ଏହି ପ୍ରକ୍ରିୟା ତୁରନ୍ତ ବ୍ୟାବହାରିକ ପରିଣାମ ଦେଇଥାଏ।
ସେହି ପରିଣାମଗୁଡ଼ିକୁ ଆତ୍ମାର ଫଳ କୁହାଯାଏ: ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ଉତ୍ତମତା, ନମ୍ରତା, ବିଶ୍ୱସ୍ତତା ଏବଂ ଆତ୍ମ-ସଂଯମ। ଯଦି ଆମେ ଖ୍ରୀଷ୍ଟିୟାନ, ତେବେ ଆମେ ଏହି ଗୁଣଗୁଡ଼ିକରେ ବୃଦ୍ଧି ପାଇବା। ଯଦି ଆମେ ନୁହେଁ, ତେବେ ବାଇବଲ ପଢ଼ିବା, ମନ୍ଦରୁ ଦୂରେଇ ରହିବା, ପ୍ରାର୍ଥନା କରିବା ଏବଂ ପରମେଶ୍ୱରଙ୍କ ଆରାଧନା କରି ତାଙ୍କ ନିକଟରେ ସମର୍ପିତ ହେବା ଏବଂ ତାଙ୍କ ନିକଟତର ହେବାର ସମୟ ଆସିଯାଇଛି।
ଆମେ ଆତ୍ମାର ଫଳକୁ ବୃଦ୍ଧି କରିପାରିବା ନାହିଁ। କେବଳ ପବିତ୍ର ଆତ୍ମା ହିଁ ଖ୍ରୀଷ୍ଟଙ୍କ ପ୍ରତି ଆମର ପ୍ରେମକୁ ପ୍ରକାଶ କରିପାରିବେ।
ବାଇବଲ କୁହେ ଯେ, ଆମକୁ ଆମର କ୍ରୁଶ ଉଠାଇ ଯୀଶୁଙ୍କୁ ଅନୁସରଣ କରିବାକୁ ପଡ଼ିବ। ସେହି ବାକ୍ୟାଂଶଟି ହେଉଛି ଆମର ସ୍ୱାର୍ଥପରତାର ମୃତ୍ୟୁକୁ ପ୍ରତିନିଧିତ୍ୱ କରୁଥିବା ଏକ ପ୍ରତୀକ। ଯେପରି ଯୀଶୁ ନିଜର କ୍ରୁଶ (ଏକ ଯାତନା ଉପକରଣ!) ବହନ କରିଥିଲେ ଏବଂ ସେଥିରେ ଝୁଲି ପଡ଼ି ମୃତ୍ୟୁବରଣ କରିଥିଲେ, ସେହିପରି ଆମକୁ ଆମର ସ୍ୱାର୍ଥପରତାର ମୃତ୍ୟୁ ମାଧ୍ୟମରେ ପ୍ରତୀକାତ୍ମକ ଭାବରେ ସମାନ କରିବାକୁ ପଡ଼ିବ।
ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ? କାରଣ ଆମର ସ୍ୱାର୍ଥପର ଇଚ୍ଛା ପରମେଶ୍ୱରଙ୍କ ଇଚ୍ଛା ସହିତ ଯୁଦ୍ଧ କରୁଛି। ଯୀଶୁଙ୍କୁ ସମ୍ପୂର୍ଣ୍ଣ ସମର୍ପଣ ଓ ବିଶ୍ୱାସ ଆବଶ୍ୟକ। ସେ ଆମର ସ୍ୱାର୍ଥପର ଇଚ୍ଛାକୁ ପରମେଶ୍ୱରଙ୍କ ଇଚ୍ଛା ସହିତ ବଦଳାଇବାକୁ କୁହନ୍ତି। ଏହା ପରମେଶ୍ୱର ଏବଂ ତାଙ୍କ ଲୋକଙ୍କ ପ୍ରତି ବିନମ୍ର ସେବା ମାଧ୍ୟମରେ ଆମର ପ୍ରେମକୁ ଦର୍ଶାଇବା ଅଟେ।
ଯେତେବେଳେ ଆମେ ନିଜକୁ ସମର୍ପଣ କରୁ ଏବଂ ପରମେଶ୍ୱରଙ୍କୁ ଆମର ଏକମାତ୍ର ସନ୍ତୁଷ୍ଟି ଭାବରେ ବାଛୁ, ସେ ଆମକୁ ତାଙ୍କ ଆଜ୍ଞା ପାଳନ କରିବାର ଶକ୍ତି ଓ ଇଚ୍ଛା ପ୍ରଦାନ କରନ୍ତି। ଏହା ଏପରି ଅଟେ, ଯେପରି ଆମେ ତାଙ୍କୁ ଆମର ନିଶ୍ୱାସ ନେଉଥିବା ବାୟୁ କରିଦେବା। ଯୀଶୁଙ୍କୁ ନିଶ୍ୱାସରେ ନିଅ। ଯୀଶୁଙ୍କୁ ପ୍ରଶ୍ୱାସରେ ଛାଡ଼। ପୁନରାବୃତ୍ତି କର। ପ୍ରତ୍ୟେକ ଦିନ। ଆମେ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ। ଏହା ଆମକୁ ଏହି ବିଶ୍ୱାସ କରିବାକୁ ସାହସ ଦିଏ ଯେ, ଯେତେବେଳେ ସେ ଆମକୁ ଆମର ଶତ୍ରୁମାନଙ୍କ ସହିତ ପ୍ରେମପୂର୍ବକ ବ୍ୟବହାର କରିବାକୁ ଆଜ୍ଞା ଦିଅନ୍ତି, ସେତେବେଳେ ସେ ଆମକୁ ଏପରି କରିବାରେ ସାହାଯ୍ୟ କରିବେ।
ଯୀଶୁଙ୍କ ସହ ଆମର ସମ୍ପର୍କ ହେଉଛି ସବୁଠାରୁ ନିକଟତମ ସମ୍ପର୍କ, ଯାହା ଆମେ ଅନୁଭବ କରିପାରିବା, କାରଣ ତାଙ୍କ ଆତ୍ମା ଆମ ଭିତରେ ଅଛନ୍ତି। ପ୍ରେମରେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖିଲେ ଏବଂ ତାଙ୍କ ଆଜ୍ଞା ପାଳନ କଲେ ଏହି ସମ୍ପର୍କ ତୁମର ଜୀବନ ପରିବର୍ତ୍ତନ କରିଦେବ। ତା’ପରେ, ଯେତେବେଳେ ତୁମେ ଭୁଲ କରିବ, ସେତେବେଳେ ସେ ତୁମକୁ ପରମେଶ୍ୱରଙ୍କୁ ସମ୍ମାନ ଦେବାରେ ସାହାଯ୍ୟ କରିବେ।
ତୁମେ ବୋଧହୁଏ ଭାବୁଥିବ ଯେ, କ’ଣ ଏହି ପ୍ରକାରର ଜୀବନ, ତୁମକୁ ଏକ ସାଧାରଣ ଜୀବନର ଆନନ୍ଦ ନେବାରୁ ବାଧା ଦେବ? ଆମକୁ ଏହା ଜଣାଇବାରେ ଖୁସି ଅନୁଭବ ହେଉଛି ଯେ, ପରମେଶ୍ୱରଙ୍କୁ ପ୍ରେମ କରିବା ଏବଂ ତାଙ୍କ ଆଜ୍ଞା ପାଳନ କରିବା ଦ୍ୱାରା ଆମେ ଜୀବନରେ ପରମେଶ୍ୱରଙ୍କ ଶାନ୍ତି ଓ ଆନନ୍ଦ ପାଇପାରିଛୁ।
ଯଦିଓ ଆମେ ଏହି ଜୀବନରେ କେବେବି ମନ୍ଦ ଇଚ୍ଛାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରେ ନାହେଁ ଏବଂ ଆମେ ଏବେ ବି ଭୁଲ କରୁ, ତଥାପି ଯୀଶୁଙ୍କ ପ୍ରତି ଆମର ପ୍ରେମ ଆମ ମନ୍ଦ ଇଚ୍ଛାକୁ ଭୋକିଲା ରଖିଥାଏ, ଯାହାଫଳରେ ସେଗୁଡ଼ିକ ସେମାନଙ୍କର ଶକ୍ତି ହରାଇଥା’ନ୍ତି। ପରମେଶ୍ୱର ଏଥିପାଇଁ ଏପରି କରନ୍ତି, ଯେଉଁଥିରୁ ଆମେ ତାଙ୍କର, ସଂସାରର ତଥା ସେହି ସମ୍ପର୍କଗୁଡ଼ିକର ଆନନ୍ଦ ଉଠାଇବା ପାଇଁ ସ୍ୱତନ୍ତ୍ର ହୁଏ, ଯାହା ସିଏ ଆମକୁ ପବିତ୍ରତାରେ ଦେଇଛନ୍ତି।
ଆମ ମଧ୍ୟରୁ ଅଧିକାଂଶଙ୍କ ପାଇଁ ବିଶ୍ୱାସ କରିବା କଷ୍ଟକର ଲାଗେ ଯେ, ପରମେଶ୍ୱର ଆମର ଇଚ୍ଛାକୁ ପରିବର୍ତ୍ତନ କରନ୍ତି। ସେ ଏପରି କରନ୍ତି। ଏହା ବାସ୍ତବ। ଅନ୍ୟଥା, ଏହି ଶୁଭ ଖବର ସୁସମାଚାର ହୋଇନଥା’ନ୍ତା।
କାହିଁକି ଅଧିକ ଖ୍ରୀଷ୍ଟିୟାନ ଭଲ ଜୀବନଯାପନ କରନ୍ତି ନାହିଁ?
ପ୍ରତ୍ୟେକ ଖ୍ରୀଷ୍ଟିୟାନ ମନ୍ଦରୁ ମୁକ୍ତ ରହିପାରିବେ, କିନ୍ତୁ ଏପରି କିଛି ସମୟ ଆସେ, ଯେତେବେଳେ ଆମେ ଏପରି କରିବାକୁ ମନା କରିଦେଉ। ବେଳେବେଳେ ଆମେ ଖ୍ରୀଷ୍ଟିୟାନ ହେବା ପରେ ମଧ୍ୟ ଯୀଶୁଙ୍କ ସ୍ଥାନରେ ମନ୍ଦତାକୁ ବାଛୁ।
କେତେକ ଲୋକ ମନ୍ଦତାରୁ ମୁକ୍ତିର ଅନୁଭବ କରିବାରୁ ବଞ୍ଚିତ ହୁଅନ୍ତି, କାରଣ ସେମାନେ ବିଶ୍ୱାସ କରନ୍ତି ନାହିଁ ଯେ, ଏହା ସମ୍ଭବ କିମ୍ବା ପରମେଶ୍ୱର ଏହା ପ୍ରଦାନ କରନ୍ତି। ଅନ୍ୟମାନେ ମନ୍ଦତାରୁ ମୁକ୍ତ ହୋଇ ବଞ୍ଚିବାକୁ ପ୍ରତ୍ୟାଖ୍ୟାନ କରନ୍ତି, କାରଣ ଏହା ବ୍ୟୟବହୁଳ ଅଟେ। କାରଣ, ଏଥିପାଇଁ ପରମେଶ୍ୱରଙ୍କ ନିକଟରେ ସମ୍ପୂର୍ଣ୍ଣ, ନିରନ୍ତର ସମର୍ପଣ ଆବଶ୍ୟକ।
ଏହାର ଅର୍ଥ କ'ଣ?
ଆମେ ପରମେଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କରିବା ପରେ, ଆମକୁ ସମର୍ପଣ ଜାରି ରଖିବାକୁ ଆଦେଶ ଦିଆଯାଏ। ଏହା ନିରନ୍ତର ହେବା ଆବଶ୍ୟକ, କାରଣ ଆମ ସମସ୍ତଙ୍କର ସ୍ୱାର୍ଥପରତା ଆଡ଼କୁ ଫେରିଯିବାର ପ୍ରବୃତ୍ତି ରହିଛି। ବାଇବଲ ଏହି ପ୍ରବୃତ୍ତିକୁ ପାପ ସ୍ୱଭାବ ବୋଲି କୁହେ। ଏହା ଆମ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଆମ ପାଖରେ ରହିଥାଏ।
ଯେତେବେଳେ ଆମେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ଓ ଭରସା ରଖୁ, ମନ୍ଦତାରୁ ବିମୁଖ ହେଉ, ପ୍ରାର୍ଥନା କରୁ, ଆରାଧନା କରୁ, ବାଇବଲ ପଢ଼ୁ ଏବଂ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କ ସହିତ ସମୁଦାୟରେ ସାମିଲ ହେଉ, ଆମ ଭିତରେ ଥିବା ଖ୍ରୀଷ୍ଟଙ୍କ ଆତ୍ମା ଆମର ଇଚ୍ଛାକୁ ପରିବର୍ତ୍ତନ କରିବା ଆରମ୍ଭ କରନ୍ତି ଏବଂ ପାପ ସ୍ୱଭାବରୁ ଆମକୁ କ୍ରମଶଃ ମୁକ୍ତି ଦିଅନ୍ତି।
ବୃଦ୍ଧି ପାଇଁ ସମୟ ଲାଗେ। ଏହି ପ୍ରକ୍ରିୟାରେ ଆଶା ହରାଅ ନାହିଁ। ଏବଂ ବୃଦ୍ଧିର ମନ୍ଥରତାକୁ ଆଦୌ ବୃଦ୍ଧି ନ କରିବାର ବାହାନା ଭାବରେ ବ୍ୟବହାର କରନାହିଁ।
ପରମେଶ୍ୱରଙ୍କୁ ସମ୍ମାନ କରିବା ଦ୍ୱାରା ଏପରି ସ୍ଥାୟୀ ଆନନ୍ଦ ଓ ଶାନ୍ତି ମିଳିଥାଏ, ଯାହା ଏହି ଜଗତରେ ଅନ୍ୟ କୌଣସି ସ୍ଥାନରେ ମିଳେନାହିଁ। ଆମେ ମନ୍ଦତାରୁ କେବଳ ଏଥିପାଇଁ ବିମୁଖ ହେଉନାହେଁ, କାରଣ ମନ୍ଦତା ଖରାପ ଅଟେ; ଆମେ ମନ୍ଦତାରୁ ଏଥିପାଇଁ ବିମୁଖ ହୁଏ, ଯେଉଁଥିରୁ ଆମକୁ ପରମେଶ୍ୱରଙ୍କ ସନ୍ତୁଷ୍ଟି ମିଳିବ।
ପରମେଶ୍ୱର ତାଙ୍କ ଗୌରବ ନିମନ୍ତେ ତାଙ୍କ ସହିତ କାର୍ଯ୍ୟ କରିବା ପାଇଁ ଆମ୍ଭମାନଙ୍କୁ ଆହ୍ୱାନ କରନ୍ତି । ଆମେ ତାଙ୍କଠାରେ ସମର୍ପିତ ହେବା ପରେ, ସେ ଆମକୁ ଅନ୍ୟମାନଙ୍କ ସହିତ ଏହି ସୁନ୍ଦର ବନ୍ଧୁତା ବାଣ୍ଟିବା ପାଇଁ ପ୍ରେରଣା ଦିଅନ୍ତି, ଯାହାକୁ ସୁସମାଚାର ପ୍ରଚାର କୁହାଯାଏ ଏବଂ ସେମାନଙ୍କୁ ଏହାକୁ କିପରି ଅନୁଭବ କରିବେ ତାହା ଶିଖାନ୍ତି, ଯାହାକୁ ଶିଷ୍ୟତା କୁହାଯାଏ।
ସେ ଆମକୁ ଯାହା ଦିଅନ୍ତି, ତାହା ଏତେ ଭଲ ଯେ, ଯେତେବେଳେ ଆମେ ତାହାକୁ ଅନୁଭବ କରୁ, ଆମେ ତାଙ୍କ ବିଷୟରେ କହିବା କହିବା ବନ୍ଦ କରିପାରିବା ନାହିଁ। ଥରେ ଯେତେବେଳେ ଆମେ ସ୍ୱାଦ ଚାଖି ଦେଖିବା ପରେ, ଆମେ ସ୍ୱାଭାବିକ ଭାବରେ ଅନ୍ୟମାନଙ୍କୁ କହିବାକୁ ଚାହିଁବା, ଯାହାଫଳରେ ସେମାନେ ଆମକୁ ଦିଆଯାଇଥିବା ସ୍ୱାଧୀନତା ଓ ଆନନ୍ଦକୁ ଅନୁଭବ କରିପାରିବେ।
ପୁନଶ୍ଚ, ଏଠାରେ ଭଲ ଖବର (ସର୍ବୋତ୍ତମ ଖବର!) ଦିଆଗଲା: ପରମେଶ୍ୱର ଆମକୁ ପ୍ରେମ ଓ କ୍ଷମା କରିବାର, ଆମକୁ କେବେବି ସମାପ୍ତ ହେଉନଥିବା ଜୀବନ ଦେବାର, ମନ୍ଦରୁ ମୁକ୍ତି ଦେବାର ଏବଂ ଯେପର୍ଯ୍ୟନ୍ତ ଆମେ ପ୍ରେମ ଦ୍ୱାରା ତାଙ୍କ ଉପରେ ବିଶ୍ୱାସ କରି ତାଙ୍କ ଆଜ୍ଞା ପାଳନ କରିବା, ସେପର୍ଯ୍ୟନ୍ତ ତାଙ୍କ ସହିତ ଘନିଷ୍ଠ ବନ୍ଧୁତା ଦେବାର ପ୍ରତିଶ୍ରୁତି ଦିଅନ୍ତି। ଯଦି ଆମେ ଆମ ଜୀବନର ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବା, ତେବେ ପରମେଶ୍ୱର ଆମକୁ ମନ୍ଦ ଇଚ୍ଛା, ମୃତ୍ୟୁ ଓ ଭଗ୍ନତାର ଅଭିଶାପରୁ ସମ୍ପୂର୍ଣ୍ଣ ମୁକ୍ତ ଏକ ନୂତନ ଶରୀର ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି, ଯେଉଁଥିରୁ ଆମେ ଚିରକାଳ ପର୍ଯ୍ୟନ୍ତ ତାଙ୍କ ସହିତ ରହିପାରିବା।
ଖରାପ ଖବର ହେଉଛି, ଯେଉଁମାନେ ପରମେଶ୍ୱରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରନ୍ତି, ସେମାନେ ଅନ୍ତହୀନ ଦଣ୍ଡ ଏବଂ ପରମେଶ୍ୱରଙ୍କଠାରୁ ବିୟୋଗ ଭୋଗ କରିବେ, ଯାହା ଆମେ ସମସ୍ତେ ଆମର ମନ୍ଦତା ଦ୍ୱାରା ଅର୍ଜନ କରିଛେ।
ପରମେଶ୍ୱରଙ୍କ ବିଷୟକ ସୁସମାଚାର ଏବଂ ଆମେ ତାଙ୍କୁ ଅସ୍ୱୀକାର କଲେ କ'ଣ ଘଟିବ, ସେ ବିଷୟରେ ଖରାପ ସମ୍ବାଦ ଆମ ଜୀବନରେ ସୁସମାଚାରକୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସତ୍ୟ କରିଦିଏ।
ଆମେ ପରମେଶ୍ୱରଙ୍କ ମହିମା ଗାନ କରିବା ଏବଂ ଚିରକାଳ ପର୍ଯ୍ୟନ୍ତ ତାଙ୍କର ଆନନ୍ଦ ନେବା ପାଇଁ ଅଛେ। ଆମେ ପ୍ରାୟତଃ ଭାବୁ ଯେ, ଆମେ ନିଜକୁ ଖୁସି କରୁଥିବା ଭଳି ଜୀବନ କିମ୍ବା ପରମେଶ୍ୱରଙ୍କୁ ଖୁସି କରୁଥିବା ଭଳି ଜୀବନ ମଧ୍ୟରୁ ଗୋଟିଏ ବାଛିବାକୁ ହେବ। ସତ କଥା ହେଉଛି, ମନ୍ଦ ଇଚ୍ଛାର ବଶବର୍ତ୍ତୀ ହେବା ଆମକୁ ଅଧିକ ସମୟ ପର୍ଯ୍ୟନ୍ତ ଖୁସି ରଖେ ନାହିଁ। ମନ୍ଦ କାର୍ଯ୍ୟରେ ଲିପ୍ତ ରହିଲେ ମାନସିକ ଅବସାଦ, ଆତ୍ମସମ୍ମାନ ଭାବନାର ହ୍ରାସ ତଥା ବିନାଶକାରୀ, ମନ୍ଦ ଆଚରଣ ପ୍ରତି ଆସକ୍ତି ସୃଷ୍ଟି ହୁଏ। ମନ୍ଦତା ଆମ ଉପରେ ଶାସନ କରେ, ଆମର ଖୁସି ଛଡ଼ାଇନିଏ ଏବଂ ଆମକୁ ଫମ୍ପା ଓ ଏକାକୀ କରିଦିଏ। ଏହା ଆମକୁ ଦାସ କରିଦିଏ।
ଯେତେବେଳେ ଆମେ ନିଜକୁ ମନ୍ଦର ଦାସ ହେବା ପରିବର୍ତ୍ତେ ପରମେଶ୍ୱରଙ୍କ ଉତ୍ତମତା ପାଇଁ ଇଚ୍ଛୁକ ସେବକ ଭାବରେ ଦେଖିବାକୁ ବାଛେ, ସେତେବେଳେ ଆମ ଜୀବନରେ ପରମେଶ୍ୱରଙ୍କ ଉପସ୍ଥିତି ଏବଂ ସୁସମାଚାରରେ ସେ ଆମକୁ ଯେଉଁ ମହାନ ଉପହାରର ପ୍ରତିଶ୍ରୁତି ଦେଇଛନ୍ତି, ତାହା ଆମକୁ ଆନନ୍ଦ ଓ ସ୍ୱତନ୍ତ୍ରତା ଦିଏ, ଯାହାକୁ କୌଣସି ଜିନିଷ ଛଡ଼ାଇ ନେଇପାରିବ ନାହିଁ।
ଏଥିପାଇଁ ସବୁକିଛି ଦରକାର। ତାଙ୍କର ସମସ୍ତ କ୍ଷମା, ଜୀବନ ଏବଂ ପ୍ରେମପୂର୍ଣ୍ଣ ଦୟା ପାଇଁ ଆମର ସମସ୍ତ ଅବାଧ୍ୟତା।
ଏହାକୁ ମନେରଖିବାର ସବୁଠାରୁ ସହଜ ମାଧ୍ୟମ ହେଉଛି ପରିତ୍ରାଣ କବିତା:
ହେ ଯୀଶୁ, କ୍ରୁଶରେ ତୁମେ ବିଦ୍ଧ ହୋଇ
ମୃତ୍ୟୁପରେ ବି ଫେରିଥିଲ ପଥଭ୍ରଷ୍ଟମାନଙ୍କ ପାଇଁ
ସମସ୍ତ ପାପ ମୋର ଏବେ କ୍ଷମା କର
ହେ ପ୍ରଭୁ, ତ୍ରାଣକର୍ତ୍ତା ଓ ମିତ୍ର ହୁଅ ମୋର
ମୋତେ ବଦଳାଇ ନୂତନ କର, ଆଉ ପବିତ୍ର ଆଲୋକରେ ମୋତେ ପୂର୍ଣ୍ଣ କର
ହେ ପ୍ରଭୁ, ତୁମ ପାଇଁ ବଞ୍ଚିବା ଲାଗି ମୋତେ ସାହାଯ୍ୟ କର
ଆସ ଅଧିକ ଜାଣିବା
ଯୋହନ ଅଧ୍ୟାୟ 17 ପଢ଼, ଯେଉଁଥିରେ ମରିବା ପୂର୍ବରୁ ଯୀଶୁ ତୁମ ଓ ମୋ ପାଇଁ କରିଥିବା ପ୍ରାର୍ଥନାର ବିବରଣୀ ରହିଛି। ଯୀଶୁ ଯାହା କହିଥିଲେ, ସେ ବିଷୟରେ ଯେଉଁ ବିବରଣୀ ତୁମକୁ ଆକର୍ଷଣୀୟ ମନେହେଉଛି, ତାହାକୁ ଲେଖି ରଖିବାକୁ ଚେଷ୍ଟା କର, ତା’ପରେ ତାହାକୁ ପଢ଼ ଏବଂ ଅନ୍ୟ ଜଣେ ଖ୍ରୀଷ୍ଟିୟାନଙ୍କ ସହ ତୁମ ପ୍ରଶ୍ନଗୁଡ଼ିକର ଆଲୋଚନା କର। ବ୍ୟକ୍ତିଗତ ସ୍ତରରେ ଯୀଶୁଙ୍କ ଦ୍ୱାରା ତୁମ ପାଇଁ ପ୍ରାର୍ଥନା କରିବା ବିଷୟରେ ତୁମେ କ'ଣ ଭାବ?